Home / Authors-Poets in Odisha / Mother’s Day Special

Mother’s Day Special

/
/
/
1331 Views
img

ମୋ ମା

 

ଆକାଶ ଠୁ ବଡ ମା ତୋ ପଣତ

ନ ଖାଇଲେ ମୁଁ ,ତୁ ଖାଉନା ଭାତ  ;

ଜଗତରେ ସବୁଠାରୁ ବଡ ତୁ ମା ,

ତୋ ଠୁ ପୁଣି ବଡ କାଳେ ସେ ଚକାଡୋଳା ॥

ମା … ମୋ ମା …ମା … ମୋ ମା ………

“ମାସ ମାସ ଧରି ମା ତୁ ପାଇଛୁ ଦୁଃଖ ,

ମୋ ସୁଖରେ  ତୁ ଦେଖୁ ତୋ ସୁଖ ;

ହାତ ଧରି ତୋର  ମା  ଶିଖିଲି  ଚାଲି ;

ଭଲ ମନ୍ଦ କଣ  ସବୁ ଜାଣି ମୁ ଗଲି”

ଧରା  ଠାରୁ ବଡ ହୃଦୟ ତୋର

ସେଇ ହୃଦୟ ରେ ଅଛି ମୋ ଘର ॥

ମା … ମୋ ମା …ମା … ମୋ ମା ………

ତୋ ଋଣ କେବେ  ମୁଁ ଶୁଝି ପାରିବି ନାହି,

ଶୁଝିବାକୁ କେବେ ଚେଷ୍ଟା କରିବି ନାହି  ॥

ତୋ ପଣତ ସଦା ମୋ ମୁଣ୍ଡରେ ଥାଉ ;

ଡରିବିନି ଜମା ଯେତେ ବିପଦ ଆସୁ  ॥

ମା … ମୋ ମା …ମା … ମୋ ମା ………

  Poem by : Sumit Panda 

Links You may Prefer To Visit About The News Insight :

Comments

comments

This div height required for enabling the sticky sidebar
Ad Clicks :Ad Views : Ad Clicks :Ad Views : Ad Clicks :Ad Views : Ad Clicks :Ad Views : Ad Clicks :Ad Views :